ଆମ୍ବ ଆଚାର
ଆସନ୍ତୁ ଜାଣିବା ଆମ୍ବ ଆଚାର ର ପ୍ରସ୍ତୁତି ବିଷୟରେ, ଏହା ଅତି ସହଜ, ଏଣୁ କେହି ବି ଘରେ ପ୍ରସ୍ତୁତ କରିପାରିବେ...
![]() |
| ଆମ୍ବ ଆଚାର |
ଉପକରଣ :-
ଆମ୍ବ ୨ କିଲୋ,
ଧନିଆ ୨ ଚାମଚ,
ପାନମହୁରୀ ୧ ଚମଚ,
ଗୋଲମରିଚ ୧ ଚମଚ,
ତେଜପତ୍ର ତିନିଟା,
ସୋରିଷ ୨ ଚାମଚ,
ମେଥି ୧ ଚାମଚ,
ଲଙ୍କା ଗୁଣ୍ଡ ୨ ଚାମଚ,
ସୋରିଷ ତେଲ ୨ କପ,
ଲୁଣ ଓ ହଳଦୀ ପରିମାଣ ମୁତାବକ
ପ୍ରଣାଳୀ - ଆମ୍ବକୁ ଧୋଇ ଭଲଭାବେ ପୋଛି ଖଣ୍ଡ ଖଣ୍ଡ କରି କାଟି ଏଥିରେ ଲୁଣ, ହଳଦୀ ଗୋଳାଇ, ଗୋଟିଏ ଦିନ ଘରେ ରଖିବା ପରେ ତା ପରଦିନ ଲୁଣ ପାଣିରୁ ଆମ୍ବ ଚିପୁଡ଼ି ଚିପୁଚି ପାଣିକୁ ଅଲଗା ଓ ଆମ୍ବକୁ ଅଲଗା କରି ଶୁଖାଅ । ସନ୍ଧ୍ୟାରେ ପାଣି ଓ ଆମ୍ବକୁ ମିଶାଇ ଘରେ ରଖିବ । ପୁଣି ପରଦିନ ପୁଣି ପାଣି ଓ ଆମ୍ବକୁ ଅଲଗା ଅଲଗା କରି ଶୁଖାଇବ । ଏହିପରି ଆମ୍ବ ପାଣିକୁ ଶୁଖେଇବା ଦ୍ୱାରା ଶୁଖି ଶୁଖି ଆମ୍ବ ନରମ ହେବ ।
ସୋରିଷ, ଧନିଆ, ତେଜପତ୍ର, ଜିରା ଓ ଗୋଳାମାରୀଚ ଖରାରେ ଶୁଖେଇବ ଓ ଏହା କଡକଡିଆ ହେବାପରେ ଗୁଣ୍ଡ କରି ଏହି ଗୁଣ୍ଡକୁ ଆମ୍ବ ଖଣ୍ଡ ସହ ମିଶେଇ ଆଚାର ଜାରରେ ଭର୍ତ୍ତି କରି ରଖ । ତା ପରେ ତେଲକୁ ଗରମ କରି ଥଣ୍ଡା ହେବା ପରେ ଆମ୍ବ ଖଣ୍ଡ ଗୁଡିକ ଉପରେ ଢାଳି ଦିଅ । ଏହାକୁ ମଝିରେ ମଝିରେ ଘାଣ୍ଟୁଥିବା । କିନ୍ତୁ ଖରାରେ ରଖିବ ନାହିଁ ।


Nice, Informative Website...
ReplyDeleteThanks, Keep it up...