MANGO PICKLE ଆମ୍ବ ଆଚାର


ଆମ୍ବ ଆଚାର


ଆସନ୍ତୁ ଜାଣିବା ଆମ୍ବ ଆଚାର ର ପ୍ରସ୍ତୁତି ବିଷୟରେ, ଏହା ଅତି ସହଜ, ଏଣୁ କେହି ବି ଘରେ ପ୍ରସ୍ତୁତ କରିପାରିବେ...
https://aorosei.blogspot.com/
ଆମ୍ବ ଆଚାର

 

ଉପକରଣ :-

ଆମ୍ବ ୨ କିଲୋ, 

ଧନିଆ ୨ ଚାମଚ, 

ପାନମହୁରୀ ୧ ଚମଚ, 

ଗୋଲମରିଚ ୧ ଚମଚ, 

ତେଜପତ୍ର ତିନିଟା, 

ସୋରିଷ ୨ ଚାମଚ, 

ମେଥି ୧ ଚାମଚ, 

ଲଙ୍କା ଗୁଣ୍ଡ ୨ ଚାମଚ, 

ସୋରିଷ ତେଲ ୨ କପ, 

ଲୁଣ ଓ ହଳଦୀ ପରିମାଣ ମୁତାବକ

ପ୍ରଣାଳୀ - ଆମ୍ବକୁ ଧୋଇ ଭଲଭାବେ ପୋଛି ଖଣ୍ଡ ଖଣ୍ଡ କରି କାଟି ଏଥିରେ ଲୁଣ, ହଳଦୀ ଗୋଳାଇ, ଗୋଟିଏ ଦିନ ଘରେ ରଖିବା ପରେ ତା ପରଦିନ ଲୁଣ ପାଣିରୁ ଆମ୍ବ ଚିପୁଡ଼ି ଚିପୁଚି ପାଣିକୁ ଅଲଗା ଓ ଆମ୍ବକୁ ଅଲଗା କରି ଶୁଖାଅ । ସନ୍ଧ୍ୟାରେ ପାଣି ଓ ଆମ୍ବକୁ ମିଶାଇ ଘରେ ରଖିବ । ପୁଣି ପରଦିନ ପୁଣି ପାଣି ଓ ଆମ୍ବକୁ ଅଲଗା ଅଲଗା କରି ଶୁଖାଇବ ।  ଏହିପରି ଆମ୍ବ ପାଣିକୁ ଶୁଖେଇବା ଦ୍ୱାରା ଶୁଖି ଶୁଖି ଆମ୍ବ ନରମ ହେବ ।

 ସୋରିଷ, ଧନିଆ, ତେଜପତ୍ର, ଜିରା ଓ ଗୋଳାମାରୀଚ ଖରାରେ ଶୁଖେଇବ ଓ ଏହା କଡକଡିଆ ହେବାପରେ ଗୁଣ୍ଡ କରି ଏହି ଗୁଣ୍ଡକୁ ଆମ୍ବ ଖଣ୍ଡ ସହ ମିଶେଇ ଆଚାର ଜାରରେ ଭର୍ତ୍ତି କରି ରଖ । ତା ପରେ ତେଲକୁ ଗରମ କରି ଥଣ୍ଡା ହେବା ପରେ ଆମ୍ବ ଖଣ୍ଡ ଗୁଡିକ ଉପରେ ଢାଳି ଦିଅ । ଏହାକୁ ମଝିରେ ମଝିରେ ଘାଣ୍ଟୁଥିବା । କିନ୍ତୁ ଖରାରେ ରଖିବ ନାହିଁ ।

1 comment: